ବ୍ୟଙ୍ଗ କଟାକ୍ଷ

ଯେବେ ନିଜେ ଚୌକିଦାର ହୋଇବେ
ଚୋରକୁ, ପକେଇ ଉଠେଇ ଥୋଇବେ!!

ଯଦି ଅନ୍ୟକୁ ବାଟ ଚାହିଁବେ
ଅନ୍ୟେ, ସବୁକିଛି ତୁମ ଲୁଟିବେ!!

ଚୋର ଆଜି ନାହିଁ ଗୋଚରେ
ରହିଛି ଆମରି ଭିତରେ,
ଧରିବା ଜାଲତ ପଡ଼ିଛି
କିନ୍ତୁ, ଧରା ପଡ଼ିବନି ହାତରେ!!

ନିତି ଅନିତି ର ନିକିତୀ
ଚୋର ହାତେ ଯିଏ ଦିଅନ୍ତି,
ଅନ୍ୟ କେହି ନୁହେଁ
ଆମେ ପରା ସିଏ,
ନିଜକୁ ନିଜେ ଯେ ବିକନ୍ତି!!
~◆~
ମୁକୁନ୍ଦ ଦେବ ସାହୁ
୨୩:୧୨PM
୦୯-୦୩-୨୦୧୯

http://www.mukunddev.com

Leave a comment