ମୋ ଚିନ୍ତନରେ…

ମୋ ଚିନ୍ତନରେ ତୁମରି ଭାବନା

ଅବଂଛିତ ମନେ ସ୍ନେହର କାମନା,

ବାସନା ବାସ୍ନାରେ ପୁଲକିତ ମନା

କଉଁଠି କେମିତି ମନୁ ମୋ ବିନା ।।

ମୋ ଚିନ୍ତନରେ…

କାମନା ରାଜ୍ୟର ଉତ୍-କ୍ଷିପ୍ତ କମିନୀ

ଏକକ ଶଯ୍ୟାରେ ସ୍ବପ୍ନ ସଯ୍ୟାୟିନି

ସ୍ପର୍ଶା-ଲିଙ୍ଗନର ଉଚ୍ଚା ଭିଳାଷିନି,

ଦୃଶ୍ୟର ଅପଥେ ଅଦୃଶ୍ୟର ତଟେ

ମତେ ଛାଡ଼ି ଆଉ ରୁହନା ।।

ମୋ ଚିନ୍ତନରେ…..

ଉତ୍ତେଜିତ ପ୍ରଣେ ଅସଂଖ୍ୟ ପ୍ରଶ୍ନେ

ସ୍ପର୍ଶ କରିବିନି ପାଖକୁ ଯିବିନି

ଏକା ବଂଚିଯିବି କହେ ମନେ ମନେ,

ନିଷ୍ଟୁର ସାଧନେ ଅଦୃଶ୍ୟ ଦର୍ଶନେ

ମୋତେ ବିଚଳିତ କରନା ।।

ମୋ ଚିନ୍ତନରେ…..

ପୁର୍ବ ସ୍ମୃତି ସବୁ ଅଜାଡ଼ି ଦେଖୁଛି

ଉପସ୍ଥିତି ତୁମ ହୃଦ ବିଦାରିଛି,

ମନ ମନୁ ମୋରୋ ତୁମେ ସବୁକିଛି,

ତୁମ ଅମୁଲ୍ୟ ରତନ ଯତ୍ନରେ ବଢୁଛି,

ତା ପାଈଁ ବିଚଳ ହୁଅନା।।

ମୋ ଚିନ୍ତନରେ….

୧୦-୧୦-୨୦୧୮

ମୁକୁନ୍ଦ ଦେବ

http://www.mukunddev.com

Leave a comment