Mukund Dev Sahoo
ମୋତେ ଆଉ ଡରାଅନି ତୁମେ
ଜନ୍ମ-ଜରା-ମୃତ୍ୟୁ ଏହି କ୍ରମେ,
ଅନିଶ୍ଚିତ ଜୀବନର ଚକ୍ରେ
ଶାନ୍ତି ପାଈଁ ଜପ-ତପ-ଧାମେ।
ମୋତେ ଆଉ……
ମୋତେ ଆଉ ଡରାଅନି ତୁମେ
ଈଶ୍ୱରଙ୍କ ଶହ ଶହ ନାମେ,
ନିଜ ସହ ନିଜେ ଯୋଡ଼ି ନାହିଁ
ବାନ୍ଧି ହେବି କାହିଁ ଏତେ ଧର୍ମେ।
ମୋତେ ଆଉ…….
ମୋତେ ଆଉ ଡରାଅନି ତୁମେ
ସୁଖୀ ହେବା କଠୋର ନିୟମେ,
ଦୁଃଖ ଘରେ ଘର ମୁଁ ତୋଳିଛି
ମାୟା ଜାଲେ ନିତି ଦିନ ଝୁମେ।
ମୋତେ ଆଉ….
ମୋତେ ଆଉ ଡରାଅନି ତୁମେ
ମୃତ୍ୟୁ ଯୁଦ୍ଧେ ପରାଜୟ ଭ୍ରମେ,
ଜନ୍ମ ପରେ ମୃତ୍ୟୁ ବସ୍ତ୍ର ପିନ୍ଧି
ଡରକୁ ମୁଁ ହରାଇଛି ପ୍ରେମେ।
ମୋତେ ଆଉ…
◆◆◆
