ମୁକୁନ୍ଦ ଦେବ
ମୃତ୍ୟୁର ଚଡ଼କ ଚମକ ଦେଲାଣି
କାଳ-ଗର୍ଭେ ଉଠି ଉଜାଣି,
ଅନ୍ତର-ନେତର ମୁଦିତ ହୋଇଛି
ବହିର୍ ଦୃଶେ ଆତ୍ମ-ଜୀବନୀ।
ମୃତ୍ୟୁର ଚଡ଼କ…
ଜନ୍ମ ପରେ ଜନ୍ମ ପୀଡ଼ିତ ଅତୃପ୍ତ
ଜୀବ-ଚକ୍ରୁ ମୁକ୍ତ ହେଉନି,
ଅନ୍ତ-ହନ୍ତସନ୍ତ ଦୁଃଖ ମରୁ-ପ୍ରାନ୍ତେ
ଭ୍ରମରେ ଭ୍ରମୁଛି ନିର୍ଗୁଣି।
ମୃତ୍ୟୁର ଚଡ଼କ….
ଧର୍ମ-ଗୁଣ-କର୍ମ ଆସିଥିଲେ ଘେନି
ଶୈଶବରେ ଥିଲା ମଣି,
କିଶୋର ଦେହରେ ଶକ୍ତି ଅହଂକାରେ
ଅଧର୍ମରେ ହେଲେ ଅଜ୍ଞାନୀ।
ମୃତ୍ୟୁର ଚଡ଼କ….
କେତେ ଦିବା-ନିଶି ଦିଅଇ ଗଡ଼ଣି
ଜପି ଜପି ମୁକ୍ତି କାହାଣୀ,
ମୁକ୍ତି-ଧ୍ଵନି କର୍ଣ୍ଣ ଦ୍ୱାରଠୁଁ ଦୁରରେ
ମାୟାରେ ଝୁମୁଛି ଅଧ୍ୟାନୀ।
ମୃତ୍ୟୁର ଚଡ଼କ….
ଗତି-ମତି-ନିତ୍ୟେ ଧରି ରଖିବାର
ଛାଡିବା କଣ ଶିଖିନି,
ଲୋଭ,କ୍ରୋଧ,କାମ ଅନନ୍ତ ସୁଅରେ
ଜନ୍ମ-ଜାତକର ଜୀବନୀ।
ମୃତ୍ୟୁର ଚଡ଼କ ଚମକ ଦେଲାଣି
ମୃତ୍ୟୁର ଚଡ଼କ ଚମକ ଦେଲାଣି..