ମୁକୁନ୍ଦ ଦେବ
ଯେ ରାତି ନ ପାହୁଣୁ ଲୟେ ବଜୁଥିଲା
ଚୁଡ଼ା, ଛତୁଆ ରେ ଦିନ କାଟୁଥିଲା,
ନୃତ୍ୟର ତାଳରେ ନିତି ନାଚୁଥିଲା
ବେଲୟ ହୋଇଲେ ହାତେ ପିଟୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଦ୍ବି-କୋଠା ଧାନରୁ କୋଠେ ରଖୁଥିଲା
ଦ୍ବି-ପ୍ରାଣୀଙ୍କର ଗପ ଶୁଣୁଥିଲା,
ଅଗରେ ଜଣିଏ ପଛରେ ଜଣିଏ
ନେଲାଵାଲା ଆସି ପାଖେ ବସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ତାର ଶବଦରେ ଗ୍ରାମ କମ୍ପୁଥିଲା
ଢ଼ୀଙ୍କି ପିଟା ଲୋକ ନାମ ଗୁଁଜୁଥିଲା,
ଟଂକା ପଇସାର ବେପାର ନ ଥିଲ
ଅଦଳେ ବଦଳେ ସବୁ ଚାଲିଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ସମୟ ବ୍ୟସ୍ତତା ଏତେବି ନ ଥିଲା
ମନୁଷ୍ୟତା ଦେହେ ପ୍ରାଣ ସଂଚୁଥିଲା,
ମଣିଷ ସଙ୍ଗରେ ମଣିଷର ମେଳ
ଢ଼ୀଙ୍କିର ସଂଗତେ ନିତି ଝୁମୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଢ଼ୀଙ୍କିର ସୁଆଦ ଜିହ୍ୱା ଲୋଭୁଥିଲା
ହୃଦୟ ତ୍ରୁପ୍ତିର ଗୀତ ଗାଉଥିଲା,
ଢ଼ୀଙ୍କି କୁଟା ବିରି,ଚାଉଳ,ଗହମେ
ପିଠା ଓ ମିଠାରେ ଗ୍ରାମ ବସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଢ଼ୀଙ୍କି ପଛ ଵାଲା ନିଦେ ଝୁଙ୍କୁଥିଲା
ଆଗଵାଲା ହାତେ ଦାନା ଟୁଙ୍କୁଥିଲା,
ମଣିଷ ମଣିଷ ବିବାଦ ନ ଥିଲ
ଢ଼ୀଙ୍କିର ସୁଅରେ ଜଗ ଭସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ମାଟିର ମଣିଷ ଧୃତ-ଚାଲାକ ନଥିଲା
ଉଦାର ଚିତ୍ତରେ ଉଦାରିଆ ଥିଲା,
ରାଗ, ଦ୍ବେଶ, ହିଂସା ଯେତେ ରହିଲେବି
ଢ଼ୀଙ୍କିର ଶବଦ ସମତ୍ୱରେ ଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ପିଲାଦିନ ମୋର ଗ୍ରାମରେ କଟିଲା
ନୟନେ ଢ଼ୀଙ୍କିର ରୂପ ଉଭରିଲା,
କେତେଥର ମା ଧାନ କୋଠା ସହ
ଢ଼ୀଙ୍କି କୁଟିବାକୁ ମତେ ନେଉଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଢ଼ୀଙ୍କିର କାଠକୁ ଉଈ ଖାଇଗଲା
ଯାହା ବଂଚିଥିଲା ଜାଳେଣି ସାଜିଲା,
ମେସିନ ଯୁଗରେ ମେସିନ ମଣିଷ
ମେସିନି ସାଙ୍ଗରେ ସଂସାର ତୋଳିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଆହାଃ ସେ କରୁଣା…:(((