କର୍ମ

ମୁକୁନ୍ଦ ଦେବ ସହୁ

ଧର୍ମରେ ଚାଲିଛୁ କର୍ମବୀର ହୋଇ
ମର୍ମଟା ଅଛି କି ନାହିଁ?
ସତ୍ୟ-ଦୟା-କ୍ଷମା ସମ୍ବେଦନା ନେଇ
କର୍ମିକୁ ଦେଖିନେ ରହି…।।

କହିବା ଆଗରୁ ନକହି ଟିକିଏ
ଦେଖିନେ ଶବ୍ଦକୁ ତୁହି,
କହିବାର ଯଦି ନଥିବ ତାହାକୁ
ରଖିଦେ ଅନ୍ତରେ ନେଇ…।।

ନିଶବ୍ଦ ଶବ୍ଦଟି ଭରି ସୁଆଦିଆ
ଚାଖିନେ ନିରବ ହୋଇ,
ଶବ୍ଦରେ ସୁଅରେ ଜୀବନ ଭାସୁନି
ଦେଖ ଜ୍ଞାନ ଚକ୍ଷୁ ଫେଈ…।।

କର୍ମ ମାନେ ନୁହଁ ଅର୍ଥ ଉପାର୍ଜନ
ଖାଲି ପେଟ ପୁଜା ପାଈଁ,
ଦିନ ରାତି ଯାହା ଘଟୁଛି ତୁମଠି
କ୍ଷଣେ କ୍ଷଣେ କର୍ମ ଦାୟୀ…।।

ଲୋଭ-କ୍ରୋଧ-ମୋହ ଧରି ତୁ ଆସିନୁ
ଜନ୍ମଠୁଁ ତୋ ସାଥେ ନାହିଁ,
ଶରୀର ମନର ଧର୍ମ କୁ ଜାଣିଲେ
ଧର୍ମ କର୍ମ ହେବ ସେଇ…।।

କର୍ମକୁ ସାରଥୀ କରି ଚାଲ ତୁହି
ତା ପରି ଗୁରୁ କେ ନହିଁ,
ଏ ଜୀବନ ଶିଷ୍ୟ ହୋଇ କଟିଯିବ
ମୁକତି ପଥଟି ସେଇ…।।

ମୃତ୍ଯୁର ବସ୍ତ୍ରରେ… (Clothed in death)

By Mukund Dev Sahoo

ମୃତ୍ଯୁର ବସ୍ତ୍ରରେ ଜନ୍ମିତ ମୁଁ
ଜନ୍ମଠୁ ଭ୍ରମରେ ଭ୍ରମିତ ମୁଁ,
କେହି ମୋତେ ଏଠି ଜାବୁଡ଼ି ଧରିନି
ପର ସାଥେ ନିଜ ସତ୍ତାଟେ ମୁଁ,
ମୃତ୍ୟୁର ବସ୍ତ୍ରରେ…..।।

ସମ୍ବେଦନା ନାହିଁ
ଏଠି କାହା ପାଈଁ
ବିବାଦିତ ଅହଂ କର୍ତାଟେ ମୁଁ,
ମୁଁ ଠାରୁ ମୁଁ ଅଲଗା ହୋଇନି
ଲାଂଛିତ ହେଲେବି ରଞ୍ଜିତ ମୁଁ..
ମୃତ୍ୟୁର ବସ୍ତ୍ରରେ…..।।

ବସ୍ତୁ ଠାରୁ ବ୍ୟକ୍ତି ମହଙ୍ଗା ଲାଗୁଛି
ବ୍ୟକ୍ତିତ୍ୱ ସତ୍ତାରେ ଅନ୍ଧଟେ ମୁଁ,
ନିଜ କଥା କେବେ ନିଜେ ବୁଝି ନାହିଁ
ପର ସଂସ୍କାରର ଆକାର ମୁଁ…
ମୃତ୍ୟୁର ବସ୍ତ୍ରରେ…..।।

ମରଣ ଯନ୍ତ୍ରଣା ଦେଖିବି ଅଦେଖା
ଅନ୍ତର ନେତ୍ରଠୁଁ ବାହାରେ ମୁଁ,
ମୋର ଏ ଜୀବନ ମର ହୋଇଯିବ
ମୁଁ ସତ୍ତା ନେଇ ଜନ୍ମିବି ମୁଁ,
ମୃତ୍ୟୁର ବସ୍ତ୍ରରେ….।।

“I” am born in the clothes of death
That “I” has been in illusion since birth
No one is holding “me”
There is a doer “I” with others.

Really don’t have sympathy for whom,
The “I” matters in the dispute,
I am not different from “I”,
“I” is colored even after slander.

The person looks more expensive than the things,
The “I” is blinded by the power of personality,
I never understood “I”
“I” is the shape of others’ cultivation.

Ignored even after seeing the agony of death,
The “I” is out of the inner eye,
This life of “I” will become dead,
“I” will be born again from the power of “I”.

http://www.mukunddev.com

http://www.dhrupadmusicfoundation.com

ମୋତେ ଆଉ ଡରାଅନି ତୁମେ

Mukund Dev Sahoo

ମୋତେ ଆଉ ଡରାଅନି ତୁମେ
ଜନ୍ମ-ଜରା-ମୃତ୍ୟୁ ଏହି କ୍ରମେ,
ଅନିଶ୍ଚିତ ଜୀବନର ଚକ୍ରେ
ଶାନ୍ତି ପାଈଁ ଜପ-ତପ-ଧାମେ।
ମୋତେ ଆଉ……

ମୋତେ ଆଉ ଡରାଅନି ତୁମେ
ଈଶ୍ୱରଙ୍କ ଶହ ଶହ ନାମେ,
ନିଜ ସହ ନିଜେ ଯୋଡ଼ି ନାହିଁ
ବାନ୍ଧି ହେବି କାହିଁ ଏତେ ଧର୍ମେ।
ମୋତେ ଆଉ…….

ମୋତେ ଆଉ ଡରାଅନି ତୁମେ
ସୁଖୀ ହେବା କଠୋର ନିୟମେ,
ଦୁଃଖ ଘରେ ଘର ମୁଁ ତୋଳିଛି
ମାୟା ଜାଲେ ନିତି ଦିନ ଝୁମେ।
ମୋତେ ଆଉ….

ମୋତେ ଆଉ ଡରାଅନି ତୁମେ
ମୃତ୍ୟୁ ଯୁଦ୍ଧେ ପରାଜୟ ଭ୍ରମେ,
ଜନ୍ମ ପରେ ମୃତ୍ୟୁ ବସ୍ତ୍ର ପିନ୍ଧି
ଡରକୁ ମୁଁ ହରାଇଛି ପ୍ରେମେ।
ମୋତେ ଆଉ…
◆◆◆

http://www.mukunddev.com

बस चल रहा है -2

बस चल रहा है
जीवन की नॉका मैं
शारीर सबार है,
किनारे से निकले थे
किनारे की तलाश है,
बस चल रहा है…

सोचा था
सागर बहुत छोटा है,
वही तक फैला है
जहाँ बादल झुका है,
जितने भी करीब आऊ
वो बैसे दीखता है,
मेरे नज़र के साथ
ये कैसी धोखा है,
बस चल रहा है….

सीखो

फूल हो तो काटें पर चलना सीखो,
सूरज हो तो ढलना सीखो,
चाँद हो अंधेरे में खोना सीखो,
बादल हो तो बरसाना सीखो,
आग हो तो राख सीखो,
पानी हो तो प्यास बुझाना सीखो,
मिट्टी हो तो सहना सीखो,
बायु हो तो बहाना सीखो,
नदी हो तो समुन्दर में मिलना सीखो,
लहर हो तो किनारे लगना सीखो,
जन्मे हो तो मरना सीखो,
जिंदगी एक सिख है
जबतक जीओगे तबतक सीखो।।।
★★■★★

http://www.mukunddev.com

क्या जवाब दूँ ?

मैं तो
बहती नदी के धार को
ढलते हुए सूरज के
बुझती हुई रौशनी को,
चार पैरो वाली
कंपकपाती बृद्धा को,
रोग में पीड़ित अछूतों को,
बहती पवन के स्पर्श को,
देख चुका हूँ करीब से ।।

खुद को साबित करने के लिए
क्या जवाब दूँ उस रौशनी को
जो ढल चुकी है,
उस हवाओं को
जो वह चुकी है,
वो नदी की धार
जो समुन्दर में
समां चुकी है..

http://www.mukunddev.com

तृप्त नहीं “मैं”

“I”Ego

तृप्त नहीं “मैं”
कर्म की यात्रा से
मुक्त नहीं “मैं”,
अहम घड़ी भर चुकी है,
फिर भी,
इच्छा, कामना से
ज्ञात नहीं “मैं”….
तृप्त नहीं “मैं”…..।।

गुप्त है
पर लुप्त नहीं “मैं”
सुषुप्त चित्त में
शक्त रहा “मैं”
व्यक्तित्व के वस्त्र में
व्यक्ति है,
तत्व नहीं “मैं”….।।

ଅଳପରେ ଗଳପ

ମୁକୁନ୍ଦ ଦେବ ସାହୁ

ଅଳପ ରେ ଗଳପ କାହିଁ ଏତେ ବିଳାପ
ଦେଖ କରି ସ୍ଵଳପ ଜୀବନର ମିଳାପ…!!

ଜୀବନ ତ ଧାଇଁନି କାହା ବାଟ ଚାହିଁନି
ନିରନ୍ତର ଚାଲିଛି କାହା ପାଈଁ ରହିନି…!!

ଏ ଜୀବନ ଧରମ କରୁଅଛି କରମ
ମୃତୁ ପରେ ଜନମ ଜୀବନର ମରମ….!!

ଜୀବନରେ ମନଟା ସ୍ୱାଭିମାନ ଧନ ଟା
ବିବେକକୁ ଭୁଲିଛି କାଟୁଅଛି ଦିନଟା…!!

ମନର ଯେ ପ୍ରଭାବ ଜାଣିବାଟା ଦୁର୍ଲଭ
ରାଗ, ଦ୍ବେସ, ଦୁଃଖରେ ଶାନ୍ତ ତାର ସ୍ଵଭାଵ…!!

ମନକୁ ଯେ ଜାଣିଛି ଜୀବନକୁ ଯିଣିଛି
ମନ ନିରବତାରେ ଈଶ୍ୱରଙ୍କୁ ଦେଖିଛି….!!

ଗଳପର ସମାପ୍ତି ମନଯୋଗେ ମିଳନ୍ତି
ଜୀବନର ଆନନ୍ଦ ଅନୁଭବ କରନ୍ତି…!!