“I”(Ego) is born in the garb of death

By Mukund dev

“I” have taken birth wearing the garb of death,
and from birth “I” have been delusional,
No one is sitting here holding me
I (Ego) just an entity with others.
“I”(Ego) In the garb of death…

Feelings are not for anyone
“I” is a disputed doer,
“I” have never been separated from “I”,
even though I am stigmatized,
“I” is happy.
“I”(Ego) In the garb of death….

A person seems more expensive than a commodity
and a person is blind to the power of his personality of “I”,
“I” have never understood my own point of view,
“I” is a shape of the culture of others.
“I”(Ego) In the garb of death….

Seeing the pain of death, the “I” ignores it
Only the “I” is a deterrent to the awakening of insight,
This life of mine will die then “I” will be born with the “I” being.
“I”(Ego) In the garb of death….

କବିତାରେ ବ୍ୟକ୍ତିତ୍ଵ

ମୁକୁନ୍ଦ ଦେବ

ମୋ କବିତାରେ ମୋରି ବ୍ୟକ୍ତିତ୍ଵ
ଲାଗିପାରେ ଏହା କାହାକୁ କଟାକ୍ଷ!
ନିଜ ସଙ୍ଗେ ମୁଁ ନିଜେ କଥା ହୁଏ
ବାହାରୁ ଅନ୍ତରୁ ଏକତ୍ୱ ସହିତ।
ମୋ କବିତାରେ….

ମୋ କବିତାର ନାୟକ ମୁଁ ଥାଏ
କେବେ ଧ୍ୟାନେ କେବେ ମାନେ ଋଷିଯାଏ,
ଦୁଃଖର ଭାରଟି ଅଧିକ ହୋଇଲେ
ଗୀତି କବିତାର ସ୍ୱରେ ମୁଁ ଗୁଞ୍ଜିତ।
ମୋ କବିତାରେ…..

ଅଧ୍ୟାନରେ କେବେ ଅ-କର୍ମ ହୋଇଲେ
ଅଶବ୍ଦ ବାଣୀରେ ଅଧର କମ୍ପିଲେ,
ହୃଦ-ତନୁ-ତୀରେ ଧ୍ୟାନ-ଶବ୍ଦ-ନାଦେ
କଥା କହିଚାଲେ କଲମରେ ହସ୍ତ।
ମୋ କବିତାରେ….

ଅଭାବରେ ଥିଲେ ସ୍ଵଭାବକୁ ଲେଖେ
ଅଭାବର ମୂଳ ମଞ୍ଜିଟିକୁ ଦେଖେ,
ଭାବରୁ ଭବର ଅନୁଗତ ହୋଇ
କବିତା ଆକାରେ ଶବ୍ଦେ ମୁଁ ବିସ୍ତୃତ।
ମୋ କବିତାରେ….

ବ୍ୟକ୍ତି ବସ୍ତୁ ରେ ମୁଁ ଆଶକ୍ତ ହୋଇଲେ
ଏ ଦୁହେଁ ମୋ ଠାରୁ ଦୂର ହୋଇଗଲେ,
ବିରହ ଚିତ୍ତରେ ବେଦନା ଭାରରେ
ଲେଖି ଚାଲିଥାଏ ହୋଇ ଅନାଶକ୍ତ।
ମୋ କବିତାରେ….

କେବେ କିଏ ଗୁଣି-ଜ୍ଞାନୀ ଚାଲିଗଲେ
ଜୀବନ ଅମୃତ ପଦକୁ ଲୋଭିଲେ,
ମୃତ୍ୟୁର କରାଳ ଗର୍ଭର ଦୃଶ୍ୟରେ
ମୋ କବିତାରେ ମୁଁ ହୋଇଯାଏ ମୃତ।
ମୋ କବିତାରେ….

ଜନ୍ମ,ଜରା,ବ୍ୟାଧି,ମୃତ୍ୟୁ କାୟା-ଧର୍ମ
ନୀତି ରୀତି ଜାଣି କରିଚାଲେ କର୍ମ,
ପ୍ରତ୍ୟେକ ରାତ୍ରୀରେ ମୃତକ ସାଜି ମୁଁ
କୋମଳ କିରଣେ ପ୍ରଭାତେ ଜନ୍ମିତ।
ମୋ କବିତାରେ ମୋରି ବ୍ୟକ୍ତିତ୍ଵ…

କବିତା

ମୁକୁନ୍ଦ ଦେବ

କବିତା:
କେବେ ହିମଗିରି ହୋଇ ଛାତି ଚିରିଦିଏ
ଶୀତଳ ପବନେ ଭାସେ,
କେବେ ମରୁଭୂମିର ସେ ପ୍ରଖର ବତାସେ
ବାଲି ସାଜି ନେତ୍ରେ ପଶେ।


କବିତା:
କେବେ ଜୁଆର ସାଜି ସେ କୂଳ ଲଂଘିଯାଇ
ମୁରୁକି ମୁରୁକି ହଁସେ,
କେବେ ଭଟ୍ଟା ହୋଇ ସିଏ କୂଳଠୁ ଅଦୃଶ୍ୟ
କୂଳ ଏକୁଟିଆ ବସେ।

କବିତା:
କେବେ ଅଦିନିଆ ମେଘେ ଗରଜି ଗରଜି
ବରଷା ହୋଇ ସରସେ,
କେବେ ବସନ୍ତ ରଙ୍ଗରେ ରଂଗାୟିତ ହୋଇ
ଅପୂର୍ବ ସୁନ୍ଦରୀ ଦିଶେ।

କବିତା:
କେବେ ଗ୍ରୀଷ୍ମର ରୋୖଦ୍ରରେ ଶୁଷ୍କତାର ମାସେ
ଅଗ୍ନି ବରଷାଏ ଘାଶେ,
କେବେ ଆଶାଡ଼େ ବାଦଲ ନାଚି ନାଚି ଆସି
ବରଷି ଭୂମି ସୁଭାସେ।

କବିତା:
କେବେ ସଂସାର ଭିତରେ ମରୀଚିକା ହୋଇ
ସୁଖ-ଦୁଃଖ ସାଜି ବସେ,
କେବେ ସନ୍ୟାସିର ପଥେ ଈଶ୍ୱର ସନ୍ଧାନେ
ମୁକ୍ତି ପାଈଁ ପ୍ରୟାସେ।

କବିତା:
ସ୍ଥାନ, କାଳ, ପାତ୍ର କିଛି ନାହିଁ ମୋରୋ
କଲମ ମୁନେ ମୁଁ ଦିଶେ,
ମୋ ନାମ କବିତା ଭାବରୁ-ଭାବିତା
କବିଙ୍କ ହୃଦୟେ ମିଶେ।

ଢୀଙ୍କି

ମୁକୁନ୍ଦ ଦେବ

ଯେ ରାତି ନ ପାହୁଣୁ ଲୟେ ବଜୁଥିଲା
ଚୁଡ଼ା, ଛତୁଆ ରେ ଦିନ କାଟୁଥିଲା,
ନୃତ୍ୟର ତାଳରେ ନିତି ନାଚୁଥିଲା
ବେଲୟ ହୋଇଲେ ହାତେ ପିଟୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ଦ୍ବି-କୋଠା ଧାନରୁ କୋଠେ ରଖୁଥିଲା
ଦ୍ବି-ପ୍ରାଣୀଙ୍କର ଗପ ଶୁଣୁଥିଲା,
ଅଗରେ ଜଣିଏ ପଛରେ ଜଣିଏ
ନେଲାଵାଲା ଆସି ପାଖେ ବସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ତାର ଶବଦରେ ଗ୍ରାମ କମ୍ପୁଥିଲା
ଢ଼ୀଙ୍କି ପିଟା ଲୋକ ନାମ ଗୁଁଜୁଥିଲା,
ଟଂକା ପଇସାର ବେପାର ନ ଥିଲ
ଅଦଳେ ବଦଳେ ସବୁ ଚାଲିଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ସମୟ ବ୍ୟସ୍ତତା ଏତେବି ନ ଥିଲା
ମନୁଷ୍ୟତା ଦେହେ ପ୍ରାଣ ସଂଚୁଥିଲା,
ମଣିଷ ସଙ୍ଗରେ ମଣିଷର ମେଳ
ଢ଼ୀଙ୍କିର ସଂଗତେ ନିତି ଝୁମୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ଢ଼ୀଙ୍କିର ସୁଆଦ ଜିହ୍ୱା ଲୋଭୁଥିଲା
ହୃଦୟ ତ୍ରୁପ୍ତିର ଗୀତ ଗାଉଥିଲା,
ଢ଼ୀଙ୍କି କୁଟା ବିରି,ଚାଉଳ,ଗହମେ
ପିଠା ଓ ମିଠାରେ ଗ୍ରାମ ବସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ଢ଼ୀଙ୍କି ପଛ ଵାଲା ନିଦେ ଝୁଙ୍କୁଥିଲା
ଆଗଵାଲା ହାତେ ଦାନା ଟୁଙ୍କୁଥିଲା,
ମଣିଷ ମଣିଷ ବିବାଦ ନ ଥିଲ
ଢ଼ୀଙ୍କିର ସୁଅରେ ଜଗ ଭସୁଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ମାଟିର ମଣିଷ ଧୃତ-ଚାଲାକ ନଥିଲା
ଉଦାର ଚିତ୍ତରେ ଉଦାରିଆ ଥିଲା,
ରାଗ, ଦ୍ବେଶ, ହିଂସା ଯେତେ ରହିଲେବି
ଢ଼ୀଙ୍କିର ଶବଦ ସମତ୍ୱରେ ଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ପିଲାଦିନ ମୋର ଗ୍ରାମରେ କଟିଲା
ନୟନେ ଢ଼ୀଙ୍କିର ରୂପ ଉଭରିଲା,
କେତେଥର ମା ଧାନ କୋଠା ସହ
ଢ଼ୀଙ୍କି କୁଟିବାକୁ ମତେ ନେଉଥିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(

ଢ଼ୀଙ୍କିର କାଠକୁ ଉଈ ଖାଇଗଲା
ଯାହା ବଂଚିଥିଲା ଜାଳେଣି ସାଜିଲା,
ମେସିନ ଯୁଗରେ ମେସିନ ମଣିଷ
ମେସିନି ସାଙ୍ଗରେ ସଂସାର ତୋଳିଲା।
ଆହାଃ ସେ କରୁଣା ଦିନ କାହିଁ ଗଲା….:(
ଆହାଃ ସେ କରୁଣା…:(((

ମୃତ୍ୟୁର ଚଡ଼କ

ମୁକୁନ୍ଦ ଦେବ

ମୃତ୍ୟୁର ଚଡ଼କ ଚମକ ଦେଲାଣି
କାଳ-ଗର୍ଭେ ଉଠି ଉଜାଣି,
ଅନ୍ତର-ନେତର ମୁଦିତ ହୋଇଛି
ବହିର୍ ଦୃଶେ ଆତ୍ମ-ଜୀବନୀ।
ମୃତ୍ୟୁର ଚଡ଼କ…

ଜନ୍ମ ପରେ ଜନ୍ମ ପୀଡ଼ିତ ଅତୃପ୍ତ
ଜୀବ-ଚକ୍ରୁ ମୁକ୍ତ ହେଉନି,
ଅନ୍ତ-ହନ୍ତସନ୍ତ ଦୁଃଖ ମରୁ-ପ୍ରାନ୍ତେ
ଭ୍ରମରେ ଭ୍ରମୁଛି ନିର୍ଗୁଣି।
ମୃତ୍ୟୁର ଚଡ଼କ….

ଧର୍ମ-ଗୁଣ-କର୍ମ ଆସିଥିଲେ ଘେନି 
ଶୈଶବରେ ଥିଲା ମଣି,
କିଶୋର ଦେହରେ ଶକ୍ତି ଅହଂକାରେ
ଅଧର୍ମରେ ହେଲେ ଅଜ୍ଞାନୀ।
ମୃତ୍ୟୁର ଚଡ଼କ….

କେତେ ଦିବା-ନିଶି ଦିଅଇ ଗଡ଼ଣି
ଜପି ଜପି ମୁକ୍ତି କାହାଣୀ,
ମୁକ୍ତି-ଧ୍ଵନି କର୍ଣ୍ଣ ଦ୍ୱାରଠୁଁ ଦୁରରେ
ମାୟାରେ ଝୁମୁଛି ଅଧ୍ୟାନୀ।
ମୃତ୍ୟୁର ଚଡ଼କ….

ଗତି-ମତି-ନିତ୍ୟେ ଧରି ରଖିବାର
ଛାଡିବା କଣ ଶିଖିନି,
ଲୋଭ,କ୍ରୋଧ,କାମ ଅନନ୍ତ ସୁଅରେ
ଜନ୍ମ-ଜାତକର ଜୀବନୀ।
ମୃତ୍ୟୁର ଚଡ଼କ ଚମକ ଦେଲାଣି
ମୃତ୍ୟୁର ଚଡ଼କ ଚମକ ଦେଲାଣି..

ମୁଁ କବି ନୁହଁ

ମୁକୁନ୍ଦ ଦେବ

ସାହିତ୍ୟର କ୍ଲିଷ୍ଟ ଭାଷା-ଭାଷାନ୍ତର
ସଂଗ୍ରହ ନହିଁ ମୋ ଚିତ୍ତରେ,
ସରଳ-ଶବଦ ଅନୁଭବ ଗାୟେ
ଲେଖିଯାଏ ହସ୍ତ-ମୁନିରେ।

ଜୀବନ ଛନ୍ଦରେ ପଦ୍ୟ ଛନ୍ଦିଅଛି
ବହେ ଲୟ-ତାଳ-ସ୍ୱରରେ,
ଚାରି-ମାତ୍ରା-ଛନ୍ଦେ ଚାରି-ଧାମ-ଘୁମେ
ଅନୁଭବି ଗାୟେ ଅନ୍ତରେ।
ଲେଖିଯାଏ ହସ୍ତ-ମୁନିରେ….!!

କବି ନୁହଁ ମୁଁ ଯେ ମୁକ୍ତଛବି ଟିଏ
ଭାସମାନ ବେଳା-ଭୁଇଁରେ,
ଶବ୍ଦର ସୁଅରେ କୂଳ ଖଜୁଅଛି
ଅଥଳ ସମୁଦ୍ର ଗଭିରେ।
ଲେଖିଯାଏ ହସ୍ତ-ମୁନିରେ…..!!

ମୁଁ ଏକା ଭସୁନି ସଂସାର ଭାସୁଛି
ଦେଖୁଛି ଅନ୍ତର ନେତ୍ରରେ,
ବିବେକ ଦେଖିଲା ଅନୁଭବ କଲା
ଶବ୍ଦ-ଜନ୍ମିଲା ମୋ ପାତ୍ରରେ।
ଲେଖିଯାଏ ହସ୍ତ-ମୁନିରେ…..!!

ଜୀବନ ଛବି ଯେ କିଏ ଆଙ୍କିଛନ୍ତି
ଖୋଜିବୁଲେ ମୁଁ ନିତ୍ୟରେ,
କେବେ ଆସୁଛନ୍ତି ଶୂନ୍ୟେ ଦିଶୁଛନ୍ତି
ଉଭେଇ ଯାଆନ୍ତି ମୋ ଭିତରେ।
ଲେଖିଯାଏ ହସ୍ତ-ମୁନିରେ…..!!

ଅଭାବ ଭିତରେ କେତେ କେତେ ଭାବ
ପଶିଲାଣି ସ୍ୱଭାବରେ,
ଅନ୍ତରେ ଅନନ୍ତ ପ୍ରଶ୍ନର ଜୁଆଣି
ବହୁଛି ହୃଦୟ-ଗଙ୍ଗାରେ।
ଲେଖିଯାଏ ହସ୍ତ-ମୁନିରେ…..!!

କବିର କୃତିତ୍ୱ ଭାଷା ଚତୁରିରେ
ମୋ ପଦ ନହିଁ ସେ ମାର୍ଗରେ,
ସୁ-ପଥ ଖିଜୁଛି ବି-ପଥ ଜଗୁଛି
ମନ ଜଗି ମନ-ଯୋଗରେ।
ଲେଖିଯାଏ ହସ୍ତ-ମୁନିରେ…..!!

“ମୁଁ” ଜଳୁଛି

~ମୁକୁନ୍ଦ ଦେବ

“ମୁଁ” ଜଳୁଛି ହିଂସାରେ,
ପରା-ଭାବ ପରା-ଅର୍ଥରେ,
ପର ଆପଣାର ବିଚାର କରି ମୁଁ
ନିଜେ ଜଳେ ନିଜ କୃତ୍ୟରେ।

“ମୁଁ” ଜଳୁଛି କ୍ରୋଧରେ,
ଇଚ୍ଛା କାମନାର ଜ୍ବାଳାରେ,
ପୂରଣ ହେଉନି ଯାହା ମୁଁ ଚାହୁଁଛି
ଦେହ-ମନ ଜଳେ ଦ୍ବେଷରେ।

“ମୁଁ” ଜଳୁଛି ପର ଚର୍ଚ୍ଚାରେ,
ମୋ ଠୁଁ ଉର୍ଦ୍ଧରେ କେହି ଯଦି ଧରେ
ତାର ନିମ୍ନଗାମୀ ବିଚାରେ,
ଜଳି ମାରୁଥାଏ ଅନ୍ତରେ।

“ମୁଁ” ଜଳୁଛି ଲୋଭରେ,
ଯେତିକି ଅଛି ମୋ ପାଖରେ
ଲାଗିପଡ଼େ ଆଉ ଠାବରେ
ଜିହ୍ୱାର ଲାଳସା ମନର ଭୋକରେ,
ଜଳେ ଅସନ୍ତୋଷ ନିଆଁରେ।

“ମୁଁ” ଜଳୁଛି ପ୍ରତିଷ୍ଠା ଆଳରେ,
ସୁନାମ ପାଈଁ ମୁଁ କର୍ମ କରିଚାଲେ
ପ୍ରମାଣ ଝିଲେ ମୋ ଗୃହରେ,
ଅହଂକାରେ ଜଳି ମରେ।

“ମୁଁ” ଜଳୁଛି ମାୟାରେ
ପର କାୟାରେ
ପର-ନାରୀ ପର-ପୁରୁଷ ଦେଖିଲେ
କାମନା ରାଜ୍ୟେ ମୁଁ ବିଚରେ,
ମାୟାର ଅଗ୍ନିରେ ଉତ୍ତପ୍ତ ପିଣ୍ଡରେ
ଜଳି ମରେ ବ୍ୟଭିଚାରେ।

“ମୁଁ” ଜଳୁଛି ଅଧର୍ମ ନିଆଁରେ,
ଧର୍ମ ଧର୍ମ ହୋଇ ମରେ ଜୀବଦେହି
ଜାତି ଭେଦ ନିର୍ଣ୍ଣୟରେ,
ମଣିଷ ଧର୍ମଟି ମଣିଷ ଭୁଲିଛି
ମୃତ୍ୟୁ ଧର୍ମୁ ଅପସରେ।

ଜଳି ଜଳି ଯେବେ ଶରୀର ନ ଥିବ
ଚିତା ଜଳୁଥିବ ମୃତ୍ୟୁ ଶେଯରେ,
ସବୁ ପାସରିବେ ସବୁ ଭୁଲିଜିବେ
ଯା ପାଈଁ ଚିନ୍ତୁଛି ନିତ୍ୟରେ।

କାଳ ବେଳ ଏଇ ଗଡ଼ି ଗଡ଼ି ଯାଏ
ଧର୍ମର ସୁରଜ ଉଈଁ ଉଈଁ ଯାଏ,
ଜୀବନ ସକାଳ ମୃତ୍ୟୁର ସଂଜରେ
ସବୁ ଜ୍ବାଳା ଲିଭେ ଅନ୍ଧକାରେ।

“ମୁଁ” ଜଳୁଛି କେଉଁ ଜ୍ବାଳାରେ ?
ନିଜକୁ ନିଜେ ହିଁ ପଚାରେ,
ଜଳୁଛି ଏତେ ମୁଁ ଗଭିରେ
ଦୃଷ୍ଟି ନ ପାଉଛି ଅନ୍ତରେ
ଆତ୍ମାଟି ଜୀବିତ ଏବେବି ଜଳିନି
ଛୁପିଅଛି ଅଦୃଶ୍ୟରେ।

ଜ୍ବଳନ୍ତ ଜୁଇରେ ହାତ ବାଜିଗଲେ
ଦେହ ମନ ଥରେ ଭୟରେ,
ଭିତରେ ଯେ ଜୁଇ ଜଳୁଛି ନିଇତି
ଧ୍ୟାନେ ଦେଖ ନୀରବରେ।
“ମୁଁ” ଜଳୁଛି କେଉଁ ଜ୍ବାଳା ରେ….

“I” AM BURNING

“I” am burning with violence,
with the sense of alienation and the wealth of others,
with the feeling of alienation and my own,
I am burning in my own actions.

“I” am burning with anger,
my body and mind are burning with hatred because of the non-fulfillment of my desire.

“I” am burning in the discussion of others, If someone is rising above me, then I have been thinking for his lower, And I burn with my inner fire.

“I” am burning with greed,
Not satisfied with what I have,
I am looking for more,
burning with the fire of dissatisfaction with the longing of the tongue and the hunger of the mind.

“I” do my work with a desire to get a good reputation and satisfy my ego and I have kept the certificate of good fortune hanging in my physical house.
And I am burning with ego.

“I” am burning with Maya and seeing other women and men from the bodies of others,
I burn with the flame of desire.
By burning my body with the fire of Maya,
I am burning with adultery.

“I” am burning with the fire of religion,
due to the difference of religion,
I divided man into human beings and forgot that death is the last religion.

When the body will no longer be burnt,
when I sleep on the bed of death by the fire of the pyre,
then all will be forgotten for whom I always worry.

The wheel of time goes on turning,
the sun of righteousness comes and goes, in the morning of life,
in the evening of death, all the flames will disappear into darkness.

What flame am I burning?
Let me see once from my own intuition,
“I” am burning so much from inside that my sight is not reaching there but the soul is still not burnt which is invisible from me.

When the hand is involved in the burning fire, then the whole body and mind trembles,
to see the fire which is burning from inside,
it needs silent and constant meditation.
Then you will know in which flame I am burning.